ମା’ ଦୁର୍ଗାଙ୍କ ବିଦାୟ ବେଳେ ଅଘଟଣ! ମୂର୍ତ୍ତିରେ ଲାଗିଲା ବିପଦପୂର୍ଣ୍ଣ ବିଦ୍ୟୁତ୍ ତାର!

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ସହରରେ ମା’ ଆଦିଶକ୍ତି ଜଗତଜନନୀ ଦୁର୍ଗାଙ୍କ ମେଲାଣି ଶୋଭାଯାତ୍ରା ସମୟରେ ଝୁଲନ୍ତା ବିଦ୍ୟୁତ୍ ତାରକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ। ବଙ୍ଗଳା ସାହିରେ ରାସ୍ତା ଉପରେ ବିପଦପୂର୍ଣ୍ଣ ଭାବେ ଝୁଲି ରହିଥିବା ବିଦ୍ୟୁତ୍ ତାରକୁ ନେଇ ସ୍ଥାନୀୟ ବାସିନ୍ଦା ଚିନ୍ତା ପ୍ରକାଶ କରିଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ ବିଦ୍ୟୁତ୍ ବିଭାଗକୁ ଜଣାଯାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ଏଭଳି ଅବସ୍ଥା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।